୭ମ ବେତନ ଲାଗୁ ଦାବିରେ ଇସ୍ତଫା ଦେଲେ ହଜାରେ ଅଧ୍ୟାପକ

ଭୋପାଳ: ମଧ୍ୟପ୍ରଦେଶର ୬ ସରକାରୀ ମେଡିକାଲ କଲେଜର ଏକ ହଜାରରୁ ଅଧିକ ଅଧ୍ୟାପକ ଇସ୍ତଫା ଦେଇଛନ୍ତି। ସପ୍ତମ ବେତନ କମିସନ୍‌ ଆଧାରରେ ଭତ୍ତା ପ୍ରଦାନ ଓ ବେତନରେ ରହିଥିବା ତାରତମ୍ୟ ଦୂର କରିବା ଏବଂ ପଦୋନ୍ନତି ନୀତି ସ୍ପଷ୍ଟ କରିବା ଦାବିରେ ସେମାନେ ଗତ କିଛି ଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି।

ଆସନ୍ତା ୯ ତାରିଖରୁ କାର୍ୟ୍ୟ ବନ୍ଦ କରିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତିି। ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ଥିବା ୨୩୦୦ରୁ ଅଧିକ ଅଧ୍ୟାପକଙ୍କର ଏହି ଆନ୍ଦୋଳନ ପ୍ରତି ସମର୍ଥନ ଥିବା ରାଜ୍ୟ ମେଡିକାଲ କଲେଜ ଶିକ୍ଷକ ସଙ୍ଘ ପକ୍ଷରୁ କୁହାଯାଇଛି।

Comments are closed.