ତେଲେଙ୍ଗାନା – ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଥିଲେ ୧ ହଜାର ଜୋରିମାନା

ସମାଜ ପୋର୍ଟାଲ ଡେସ୍କ: ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ପରେ ତେଲେଙ୍ଗାନା ସରକାର ୧ ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନାରେ କୋଭିଡ-୧୯ର ବ୍ୟାପିବା ରୋକିବା ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ପ୍ରତ୍ୟେକ ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଜୋରିମାନା ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଲକ ଡାଉନ ଅବଧି ମେ’ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି।

କେତେକ ଜରୁରୀକାଳୀନ ଚିକିତ୍ସା ସେବା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କାହାର ଗତିବିଧିକୁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ଟା ମଧ୍ୟରେ ଡାକ୍ତରଖାନା ଏବଂ ଔଷଧ ଦୋକାନ ବ୍ୟତୀତ କୌଣସି ଦୋକାନ କିମ୍ବା ପ୍ରତିଷ୍ଠାନ ଖୋଲା ରହିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Comments are closed.