ପୁଲୱାମାରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି। ଅନ୍ୟପଟେ ଜଣେ ଯବାନ ଏଥିରେ ଶହୀଦ ହୋଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପୁଲୱାମା ଜିଲା ଅନ୍ତର୍ଗତ କମରାଜୀପୋରାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରିଥିଲେ। ଚାରିପଟୁ ବନ୍ଦୀ ହୋଇଯିବା ଜାଣି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଗୁଳିବିନିମୟ ସମୟରେ ଜଣେ ଯବାନ ଶହୀଦ ହୋଇଥିଲେ। ଘଟଣାସ୍ଥଳରୁ ଏକ ଏକେ-୪୭, ଗ୍ରେନେଡ୍‌ ଜବତ ହୋଇଛି।

Comments are closed.