ସୋପିଆନରୁ ଲଶ୍କର ଆତଙ୍କବାଦୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରୁ ଜଣେ ଲଶ୍କର ଆତଙ୍କବାଦୀ ଧରାପଡ଼ିଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେଶନ କରିବା ସମୟରେ ଏହି ଆତଙ୍କବାଦୀକୁ ଧରିବା ପରେ ପୁଲିସ ତା’କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ଜାକିର ଅହମ୍ମଦ ଖାନ ବୋଲି ଜଣାପଡ଼ିଛି। ତା’ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ଗୋଳାବାରୁଦ ଜବତ ହୋଇଛି। ପୁଲିସ ଏବଂ ସେନା ପକ୍ଷରୁ ମିଳିତ ଭାବେ ତା’କୁ ପଚରାଉଚରା କରାଯାଉଛି। ଜାକିରଠାରୁ ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ସୋପିଆନ ଜିଲାର ଜାନିପୋରା ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସେନାର ୧-ଆରଆର, ଏସଓଜି ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ସମ୍ପୂର୍ଣ୍ଣ ଇଲାକାକୁ ଘେରାବନ୍ଦୀ କରି ଯବାନମାନେ ତଲାସୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ଜାକିର ଧରାପଡ଼ିଥିଲା।

Comments are closed.