କ୍ୟାପିଟଲ ହିଲ୍‌ରେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା, ଶୋକ ପ୍ରକାଶ କଲେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକା ସଂସଦ ଭବନ କ୍ୟାପିଟଲ ହିଲ୍‌ ବାହାରେ ମୁତୟନ ହୋଇଥିବା ଜଣେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା କରାଯାଇଛି। ଅନ୍ୟ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଆକ୍ରମଣକାରୀ କାଳ ଚାଳକ ପୁଲିସ ଗୁଳିରେ ନହିତ ହୋଇଛି।

ସୂଚନା ଅନୁସାରେ, କ୍ୟାପିଟଲ ହିଲ୍‌ ନିକଟରେ ଥିବା ଏକ ପୁଲିସ ଆଉଟପୋଷ୍ଟ ପାଖରେ କିଛି କର୍ମଚାରୀ କାର୍ଯ୍ୟରତ ଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ କ୍ୟାପିଟଲ ହିଲ୍‌ ବାହାର ଲଗାଯାଇଥିବା ବାରିକେଡ୍‌କୁ ଧକ୍କା ଦେଇ ଭିତରକୁ ଧସେଇ ପଶିଥିଲା। ଏହା ପରେ କାର୍‌ ଚାଳକ ଦୁଇ ପୁଲିସ କର୍ମଚାରୀଙ୍କ ଉପରେ ଚଢ଼ାଇ ଦେଇଥିଲା। ସେଠାରେ ମୁତୟନ ଅନ୍ୟ ପୁଲିସ କର୍ମଚାରୀ କାର୍‌ ଚାଳକଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ଆକ୍ରମଣକାରୀ ପ୍ରାଣ ହରାଇଥିଲା।

କ୍ୟାପିଟଲ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଆକ୍ରମଣକାରୀ କାର୍‌ ଚାଳକ ନିକଟରେ ଛୁରି ଥିଲା, ଯେଉଁଥିପାଇଁ ପୁଲିସ ତା’ ଉପରେ ଗୁଳି ଚଳାଇଥିଲା। ଅନ୍ୟପଟେ ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରମଣରେ ପ୍ରାଣ ହରାଇଥିବା ପୁଲିସ ଅଧିକାରୀଙ୍କ ବିୟୋଗରେ ସେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.