ହାତୀ ଆକ୍ରମଣରେ ଜଗୁଆଳୀ ଗୁରୁତର

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ବିରିବୋଲେଇ ପଂଚାୟତ ଜାଙ୍ଗୁ ଗାଁର ଅନ୍ଧାରୀଖୋଲ ଠାରେ ଶୁକ୍ରବାର ସକାଳେ ଜଣେ ବନ୍ୟଉନ୍ନୟନ ନିଗମ ପ୍ଲାଣ୍ଟେସନରର ଜଗୁଆଳୀ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କ ନାମ ପଟାୟତ ଗଡ଼ନାୟକ (୫୭)। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପରଜଙ୍ଗ ମେଡ଼ିକାଲକୁ ପଠାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପ୍ରତିଦିନ ଭଳି ପଟାୟତ ନିଜ କାମ କରିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ନିକଟରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିବା ସହ ଓଡ଼ିଶା ବନ ବିଭାଗକୁ ଖବର ଦେଇଥିଲେ।

Comments are closed.