ସରକାରୀ କର୍ମଚାରୀଙ୍କ ପାଇଁ କଟକରୁ ଭୁବନେଶ୍ଵର ମଧ୍ୟରେ ଗଡିଲା ବସ୍

ଭୁବନେଶ୍ଵର : କଟକ ରୁ ଭୁବନେଶ୍ଵରକୁ ଗଡିଲା ସରକାରୀ ବସ୍ । ଆଜି ୨୦ ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ କଟକରୁ ଭୁବନେଶ୍ଵର ଯାତ୍ରା କରିଛି । ବସଟି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି। ଏହି ବସ୍‌ଟି ଆଚାର୍ୟ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ। ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି ।

ବସଟି କେବଳ ଅଫିସ ଟାଇମରେ କଟକରୁ ଭୁବନେଶ୍ଵର ମଧ୍ୟରେ ଯିବା ଆସିବା କରିବ । ବସର ଭଡା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ବସ୍ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟକୁ ଯାଇପାରିବେ । ଟ୍ବିନ ସିଟି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ବସ୍ ଚାଲିବ ବୋଲି ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ ।

Comments are closed.