ଜାନୁୟାରୀ ୧୫ରୁ ‘ଏକ ରାଷ୍ଟ୍ର-ଏକ ରାସନକାର୍ଡ’

ପ୍ରଥମ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ଲାଗୁ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଏକ ରାଷ୍ଟ୍ର ଏକ ରାସନକାର୍ଡ’ ୨୦୨୦ ଜାନୁୟାରୀ ୧୫ରୁ ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ  ଏହି ଯୋଜନା ୧୨ଟି ରାଜ୍ୟ  ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ,ତ୍ରିପୁରା ଓ ଝାଡ଼ଖଣ୍ଡରେ ଲାଗୁ ହେବ।
୧୨ଟି ରାଜ୍ୟରେ ୩୫ ଏକ ରାଷ୍ଟ୍ର ଏକ ରାସନକାର୍ଡ’ ଯୋଜନାରୁ ଉପକୃତ ହେବେ ଏବଂ ହିତାଧିକାରୀମାନେ ନିଜ କାର୍ଡରୁ ଯେକୌଣସି ରାଜ୍ୟରେ ବ୍ୟବହାର କରି ଖାଦ୍ୟ ସାମଗ୍ରୀ ପାଇପାରିବେ । ସୂଚନାଯୋଗ୍ୟ ଦେଶରେ ୭୯ କୋଟି ଲୋକଙ୍କ ପାଖରେ ରାସନକାର୍ଡ ରହିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଫଳରେ ଦିନମଜୁରିଆ ଓ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଏହା ବହୁତ ସୁବିଧା ହେବ ।

Comments are closed.