ଏକ ଦେଶ, ଏକ ରେସନକାର୍ଡ

ସମାଜ ପୋର୍ଟାଲ ଡେସ୍କ: ଖାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ ଆଉ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଦେଶ ଏକ ରେସନକାର୍ଡ ଯୋଜନା ଜାତୀୟ କ୍ଲଷ୍ଟରରେ ସାମିଲ କରିବାକୁ ଅନୁମୋଦନ କରିଛନ୍ତି। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ହିମାଚଳପ୍ରଦେଶ ଓ ଦାଦ୍ରା ଏବଂ ନଗରହାବେଳୀ ଓ ଦାମନ ଏବଂ ଡିଉ ରହିଛି। ପୂର୍ବରୁ ୧୨ଟି ରାଜ୍ୟ ଏକ୍‍ ଦେଶ ଏକ ରେସନକାର୍ଡ ଯୋଜନାରେ ସାମିଲ ହୋଇସାରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାନା, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଓ ତ୍ରିପୁରା।

ପାଶୱାନ ଜାତୀୟ ରେସନକାର୍ଡ ସ୍ଥାନାନ୍ତରଣ ଯୋଜନାର ସମୀକ୍ଷା କରିଥିଲେ। ଏଥିସହିତ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୦କୋଟି ହିତାଧିକାରୀ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଯେକୌଣସି ସ୍ଥାନରୁ ସେମାନଙ୍କର ରେସନ କାର୍ଡ ମାଧ୍ୟମରେ ଅତ୍ୟାବଶ୍ୟକୀୟ ସାମଗ୍ରୀମାନ ପାଇପାରିବେ। ମନ୍ତ୍ରଣାଳୟ କହିଛି ଏକ ଦେଶ ଏକ ରେସନକାର୍ଡ ଯୋଜନା ମଧ୍ୟକୁ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଣିବା ପାଇଁ ଉଦ୍ୟମ ବଳବତ୍ତର ରହିଛି।

Comments are closed.