ଗୋଟିଏ ଦେଶ- ଗୋଟିଏ ରେସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

• ସାମିଲ ହୋଇଥିବା ସମସ୍ତ ୨୦ଟି ରାଜ୍ୟ ଜାତୀୟ ଓ ଆନ୍ତଃରାଜ୍ୟ ଦେଣନେଣ ଓ ମାଲ ପରିବହନ କଲେ ତାହା ପ୍ରବାସୀ ଶ୍ରମିକଙ୍କୁ ସୁହାଇବ
• ଦେଶର ଏହି ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଯେ କୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ୱାନ ନେସନ-ୱାନ୍ ରେସନ୍ କାର୍ଡ଼ ନେଇ କେନ୍ଦ୍ର ସରକାରଙ୍କ ଯୋଜନାରେ ସାମିଲ ହୋଇଛି ଓଡ଼ିଶା । କେନ୍ଦ୍ର ଖାଉଟିବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ବାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଆଜିଠାରୁ କେନ୍ଦ୍ର ସରକାର ଦେଶରେ ‘‘ୱାନ ନେସନ-ୱାନ ରେସନ କାର୍ଡ଼’ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ସୁବିଧା ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶ ଆଦି ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହିତାଧିକାରୀ ପାଉଥିଲେ । ମାତ୍ର ଏବେ ଏହି ଯୋଜନାରେ ଏବେ ଓଡ଼ିଶା ସହ ଆଉ ୪ ରାଜ୍ୟ ସାମିଲ ହୋଇଛନ୍ତି ।

ଏହି ଯୋଜନାରେ  ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଜରିଆରେ ପଡିକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ । ତେବେ ସେମାନଙ୍କ ରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ । ଏ ପର୍ଯ୍ୟନ୍ତ ଏହି ସୁବିଧା ଏହି ପରିପ୍ରେକ୍ଷୀରେ ୩ଟି ନୂଆ ରାଜ୍ୟ ଏଥିରେ ସାମିଲ ହେବେ । ଏଥିପାଇଁ ଇପିଓଏସ ସଫ୍ଟୱେୟାରକୁ ଉନ୍ନିତ କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ରୀୟ ଏନଆଇସି ଟିମ ଜରିଆରେ କରାଯାଉଛି । ଏହି ଔପଚାରିକତା ପୂରଣ ପରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ବଣ୍ଟନ ବ୍ୟବସ୍ଥା  ଆରମ୍ଭ ହୋଇପାରିବ । ଅଗଷ୍ଟ ସୁଦ୍ଧା ଆଉ ତିନିଟି ରାଜ୍ୟ ଉତ୍ତରାଖଣ୍ଡ, ନାଗାଲାଣ୍ଡ  ଏବଂ ମଣିପୁର ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହୋଇଯିବେ । ବିଭାଗ ପକ୍ଷରୁ ବାକି ଅବଶିଷ୍ଟ ୧୩ ରାଜ୍ୟ  ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଦିଲ୍ଲୀ, ଜମ୍ମ କାଶ୍ମୀର, ଲଦାଖ, ଚଣ୍ଡିଗଡ, ପୁଡୁଚେରି, ତାମିଲନାଡୁ, ଛତିଶଗଡ, ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବା ପାଇଁ  ବ୍ୟବସ୍ଥା କରାଯାଉଛି । ଆସନ୍ତା ବର୍ଷ ମାର୍ଚ ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯେଉଁ ରାସନ କାର୍ଡ ଛ ମାସ ଧରି ଆଧାର ସଂଯୋଗ ହୋଇଥିବ ତାହା ଏହି ଯୋଜନାରେ ସାମିଲ ହୋଇପାରିବ ।

Comments are closed.