ଆଉ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରରନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ହୋଇଥିବା  ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ମଧୁମେହ ଓ ଅନ୍ୟ ରୋଗରେ ପୀଡିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି ।


ଅନ୍ୟପଟେ ଆଜି ରାଜ୍ୟର ୨୧ ଜିଲ୍ଲାରୁ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି ।

Comments are closed.