ଆଉ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ; ଗଞ୍ଜାମରେ ୪ର୍ଥ ଆକ୍ରାନ୍ତ

ଗଞ୍ଜାମ/ଭୁବନେଶ୍ଵର: ଗଞ୍ଜାମ ଜିଲାରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତେ ସୁରତ ଫେରନ୍ତା ହୋଇଥିବାରୁ ଜିଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ନୂଆ ସଂକ୍ରମିତଙ୍କ ବୟସ ୧୮ ବର୍ଷ। ସେ କିଛିଦିନ ତଳେ ସୁରତରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୧୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.