ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୀଳଗିରି: ଶନିବାର ନୀଳଗିରିରେ ଭାଲୁ ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ପଞ୍ଚଲିଙ୍ଗେଶ୍ୱରରୁ ମାନଗଡ଼ ସ୍ଥିତ ଘରକୁ ଫେରିବା ବାଟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ଅତର୍କିତ ଭାବେ ଯୁବକଙ୍କୁ ଆକ୍ରମଣ କରିଥିଲା । ହେଲେ ଯୁବକ ଜଣଙ୍କ ଏଥିରେ ଡରି ନଯାଇ ସାହସ ଜୁଟାଇ ନିଜ ଜୀବନ ରକ୍ଷା ପାଇଁ ଭାଲୁ ସହିତ ଲଢେଇ କରିଥିଲେ । ଏଥିରେ ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

Comments are closed.