ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା : ପାଟଣା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ବଡ଼ଖେଲା ମାଝୀଙ୍କ ପୁଅ ଅଜିତ କୁମାର ମାଝୀ(୨୪) ଅସୁସ୍ଥତା ଅନୁଭବ କରିବାରୁ ଅଜିତଙ୍କୁ ଗତ ରାତି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ର ମୃତ୍ୟୁ ଘଟିଛି। ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ପାଟଣା ଥାନା ଆରକ୍ଷୀ ଉପ ନିରୀକ୍ଷକ ରଣଜିତ ପଟ୍ଟନାୟକ କେନ୍ଦୁଝର ଯାଇ ମୃତକ ର ଶବ ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

 

Comments are closed.