ବଜ୍ରପାତରେ ଜଣେ ମୃତ

ସାକ୍ଷୀଗୋପାଳ : ଗତକାଲି ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନ ସାଢ଼େ ୩ ଟା ସମୟରେ ହଠାତ ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ବର୍ଷା, ଘଡଘଡି ଓ ବଜ୍ରପାତ ଆରମ୍ଭ ହୋଇଗଲା । ଏହି ସମୟରେ ବିଲରେ କାମ କରୁଥିବା ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ବାଉଁଶଗାଡ଼ିଆ ଗ୍ରାମର ଭଜମନ ସେଠୀ (୫୫) ଘରକୁ ଆସୁଥିଲେ । ଗହୀରରେ ବଜ୍ରପାତ ହେବାରୁ ସେ ବିଲରେ ଟଳି ପଡ଼ିଥିଲେ । ଆସୁଥିବା ଅନ୍ୟ କୃଷକ ମାନେ ଚିକିତ୍ସା ନିମନ୍ତେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କାର୍ୟ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସତ୍ୟବାଦୀ ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ । ସତ୍ୟବାଦୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଅଛି।

Comments are closed.