ସାପ କାମୁଡ଼ାରେ ବାଳକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସାପ କାମୁଡ଼ାରେ ଜଣେ ବାଳକର ମୃତ୍ୟୁ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ବାଳକଟି ହେଉଛି ସେହି ସାହିର ରତନା ସଏଙ୍କ ୧୨ ବର୍ଷିୟ ପୁଅ ସୁମନ୍ତ ସଏ। ସେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତା କାନକୁ କାମୁଡି ଦେଇଥିଲା। ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ତାକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଥାନା ଆରକ୍ଷୀ ଉପ ନିରୀକ୍ଷକ ଶିବ ଶଙ୍କର ଆଲଦା ମୃତକ ର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି।

Comments are closed.