ସୋର ଉପକାରାଗାରରେ ସନ୍ଦେହ ଜନକ ଭାବେ କଏଦୀ ମୃତ୍ୟୁ

ସୋର : ସୋର ଉପକାରାଗାରରେ କଏଦୀର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି ବୋଲି ବୁଧବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯୁବ କଏଦୀର ସୋର ଉପକାରାଗାର ଭିତରେ ମୃତ୍ୟୁ ହୋଇଯିବାରୁ ଜେଲ କତୃପକ୍ଷ ସୋର ଡାକ୍ତରଖାନା ଆଣିଥିଲେ l ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ l ମୃତ କଏଦୀ ବେକରେ ଆଖିପତାରେ କ୍ଷତ ଚିହ୍ନ ରହିଛି l  ଗତ କିଛି ଦିନ ତଳେ ଉପ କାରାଗାରରେ ଆଉ  ଜଣେ କଏଦୀର ମୃତ୍ୟୁ ହୋଇଥିଲା l ସେତେବେଳ ତାର ପରିବାର ତାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି।

Comments are closed.