ଅଂଶୁଘାତରେ ଶ୍ରମଜୀବିଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମ ଅର୍ଜୁନବେଡା ମୁଣ୍ଡା ସାହିର ଗରିବ ଆଦିବାସୀ ଶ୍ରମଜୀବି ଜକଲ ମୁଣ୍ଡା (୫୫)ଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଛି। ଜକଲ ମୁଣ୍ଡା ସକାଳୁ ଅଖିଆ ଅପିଆ ନିଜ ପତ୍ନୀ ମୁକ୍ତା ମୁଣ୍ଡାଙ୍କ ସହ ଘର ପାଖରେ ଏକ ଗଛ ନିକଟରେ ଟୋଳ ମଞ୍ଜି ଛେଚୁ ଥିବା ସମୟରେ ପାଖାପାଖି ଦିନ ଗୋଟାଏ ବେଳେ ସେ ବସିଥିବା ସ୍ଥାନରୁ ଉଠିବା ସମୟରେ ମୁଣ୍ଡ ବୁଲାଇ ଦେଇଥିଲା ଓ ଜକଲ ମୁଣ୍ଡା ତଳେ ପଡିଯାଇଥିଲେ। ଘରଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଚିତ୍ତରଞ୍ଜନ ନାୟକ ଜକଲ ମୁଣ୍ଡାକୁ ରିସିଭଡ ଡେଡ଼ ଘୋଷଣା କରିବା ସହ ପୋଲିସକୁ ସୂଚନା ଦେଇଥିଲେ।

ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଜକଲ ମୁଣ୍ଡାଙ୍କ ଶରୀର ଉଷ୍ମ ଥିବାରୁ ସେ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଡକ୍ଟର ଚିତ୍ତରଞ୍ଜନ ନାୟକଙ୍କ ଠାରୁ ପ୍ରକାଶ। ଆସନ୍ତା କାଲି (ଗୁରୁବାର) ଜକଲ ମୁଣ୍ଡାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସୂଚନା ଦେଇଛନ୍ତି।

Comments are closed.