ବୁଲା କୁକୁର ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ବାଞ୍ଜିବାହାଲ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଲା କୁକୁର କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ୫୭ ବର୍ଷୀୟ ଭୂମିସୁତା ମାଝୀ । ସେ ଶନିବାର ସକାଳେ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ବୁଲା କୁକୁର ଆକ୍ରମଣର ଶିକାର ହୋଇଥିଲେ । ବୃଦ୍ଧାଙ୍କ ବେକ, ମୁହଁ ଏବଂ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି।

Comments are closed.