କ୍ରିକେଟ ଖେଳ ହେଲା କାଳ, ପ୍ରତିପକ୍ଷ ଖେଳାଳିଙ୍କ ଷ୍ଟମ୍ପ ମାଡ଼ରେ ଜଣେ ମୃତ

ଭବାନୀପାଟଣା: ରାୟଗଡ଼ା ଜିଲାର କାଶୀପୁର ଥାନା ଅର୍ନ୍ତଗତ ଘୁଞ୍ଜିଗୁଡ଼ା ଗାଁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ସାମାନ୍ୟ ବଚସା ପାଇଁ ଜଣେ ଖେଳାଳିକୁ ଷ୍ଟମ୍ପରେ ଆକ୍ରମଣଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ କଳାହାଣ୍ଡି ଜିଲା ଡୁମେରପଦର ଗାଁର ବେଦବ୍ୟାସ ନାଏକ(୧୮)। ଡୁମେରପଦର ଓ ବେନ୍ଧଲାପାସ ଗାଁ ମଧ୍ୟରେ କ୍ରିକେଟ ମ୍ୟାଚ୍ ବେଳେ ବେଦବ୍ୟାସ ଓ ବେନ୍ଦଲାପାସ କ୍ରିକେଟ ଖେଳାଳି ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବେନ୍ଦଲାପାସ ଖେଳାଳି ଷ୍ଟମ୍ପରେ ପଛପଟେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବେଦବ୍ୟାସ ଟଳି ପଡ଼ିଥିଲେ। ତାଙ୍କ ମୁଣ୍ଡର ପଛପଟେ ଶକ୍ତ ଆଘାତ ପାଇଁ ଚେତାଶୂନ୍ୟ ରହିଥିଲେ। ତାଙ୍କୁ ପ୍ରଥମେ କାଶୀପୁର ଓ ପରେ ରାୟଗଡ଼ାରେ ଚିକିତ୍ସା କରାଇ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ମୃତ୍ୟୁ ହୋଇଥିଲା। ଏ ନେଇ କାଶୀପୁର ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.