ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଟିରିଲିଆମ୍ବଗୁଡା ଛକ ନିକଟରେ ଗୋଟିଏ ଟ୍ରାକ୍ଟର ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କୁସୁମି ଗ୍ରାମର ଶିବଶଙ୍କା ଭତ୍ରା। ନବରଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ନବରଙ୍ଗପୁର ବ୍ଲକ କୁସୁମି ଗ୍ରାମର ଶିବଶଙ୍କର ନିକଟସ୍ଥ ଟିରିଲିଆମ୍ବଗୁଡା ଗ୍ରାମକୁ ବାଇକ (ଓଡ଼ି୨୪ଇ ୭୨୬୩ ) ଯୋଗେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର(ଓଡ଼ି ୨୪ ସି ୪୯୩୪) ତାଙ୍କୁ ଧକ୍କା ଦେଇଥିଲାଫଳରେ ଘଟଣା ସ୍ଥଳରେ ଶିବଶଙ୍କର ମୃତ୍ୟୁ ଘଟିଥିଲା। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.