ରାଜଭବନର ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣା ; ୨ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଜଭବନ ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଆଜି ଭୋର ସମୟରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିଲା। ଗତକାଲି ବିସ୍ଫୋରଣରେ ୨ ଜଣ ଗୁରୁତର ହେବା ପରେ ସେମାନଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.