ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବେଲଗାଁ : ଜାତୀୟ ରାଜପଥ ୫୯ ବେଲଗାଁ ଟିଟିଲାଗଡ ରାସ୍ତାରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଯେ, ଆଜି ଅପରାହ୍ନରେ ବେଲଗାଁ ଗ୍ରାମର ପୂର୍ଣ୍ଣ ମୁଣ୍ଡାଙ୍କ ପୁଅ ପ୍ରଦୀପ ମୁଣ୍ଡା (୨୨) ଏକ ବାଇକରେ ବେଲଗାଁରୁ ସିଲେଟପଡା ପଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଖବର ପାଇ ବେଲଗାଁ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ପହଂଚିଛନ୍ତି। ଅପରପକ୍ଷରେ ଏକ ମାତ୍ର ସନ୍ତାନଙ୍କୁ ହରାଇ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗ୍ରାମରେ ଏନେଇ ଶୋକର ଛାୟା ଖେଳିଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ କହିଛନ୍ତି।

Comments are closed.