ହାତୀ ଆକ୍ରମଣରେ ଜଣେ ମୃତ

0

କେନ୍ଦୁଝର : କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ କଦମଡିହି ଠାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଧରାମ ମୁଣ୍ଡା। ସେ ସୋମବାରରେ ନିଜ କ୍ଷେତ ଜଗିଥିବା ବେଳେ ହାତୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply