ଯୁବତୀ ଜୀବନ୍ତ ଦଗ୍ଧ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ନିଆଁରେ ପୋଡି ହୋଇ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟି ନିଆଁରେ ଯୁବତୀ ଜଣଙ୍କ ଜଳିଯାଇଥିବା ସହ ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଗ୍ୟାସ ଲିକରୁ ଘରେ ନିଆଁ ଲାଗିଥିବା ନେଇ  ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହାସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments
Loading...