ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ଘର, ଚାପି ହୋଇ ଜଣେ ମୃତ

ବ୍ରଜରାଜନଗର: ରାଜପୁର ପଞ୍ଚାୟତ କଲଚୁଆଁ ଗ୍ରାମର ସତ୍ୟ ଖଡ଼ିଆ (୫୫)ଙ୍କ ଉପରେ ଘରର କାନ୍ଥ ପଡ଼ିଯିବାରୁ ପ୍ରାଣ ହରାଇଛନ୍ତି। ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, ସତ୍ୟ ଖଡ଼ିଆ ନିଜ ଘରେ ଏକାକୀ ରହୁଥିଲେ। ମାଟି ଘର ହୋଇଥିବା ବେଳେ ସେ ଛପର କରି ନ ପାରିବାରୁ ପାଣି ଗଳି କାନ୍ଥ ମାଡ଼ି ବସିଥିଲା । ଘର ଭଙ୍ଗା​‌ ଖବର ପାଇ ଗ୍ରାମବାସୀ ଖୋଜାଖୋଜି କରିବା ସମୟରେ ଭଙ୍ଗା ଘର ଭିତରେ ସତ୍ୟର ଗୋଡ଼ଟିକୁ ଦେଖିବାକୁ ପାଇଥିଲେ। ତେବେ ଘଟଣା ବାବଦ ରେ ଗାନ୍ଧିଛକ ଫାଣ୍ଡିକୁ ଖବର ଦେବା ପରେ ପୁଲିସ ଶବକୁ ଉଦ୍ଧାର କରିଥିଲା।

Comments are closed.