ଜରଡା ନେଳିଆ ବନ୍ଧରେ ବୁଡ଼ି ଜଣେ ମୃତ

ପାତ୍ରପୁର : ପାତ୍ରପୁର ବ୍ଳକ ଜରଡା ଗ୍ରାମ ସ୍ଥିତ ନେଳିଆ ବନ୍ଧରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବାବୁଲା ଗୈାଡ(୪୭) ବୋଲି ଜଣାପଡିଛି। ସେ ଉକ୍ତ ନେଳିଆ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ବସତ ତାଙ୍କ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଧୋଇ ଯାଇଥିବା କିଛି ଲୋକ ଦେଖି ତାଙ୍କ ସ୍ତ୍ରୀ କୁନି ଗୈାଡଙ୍କୁ ଖବର ଦେଇଥିଲେ। କୁନି ଜରଡାଥାନାରେ ଏତଲା ଦେବାପରେ ଜରଡା ପୋଲିସ ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି।

Comments are closed.