ମହିଳାଙ୍କ ସମ୍ମାନାର୍ଥେ ଦିନଟିଏ : ଆନ୍ତର୍ଜାତୀୟ ମହିଳା ଦିବସ

0

ଆମ ଦେଶରେ ମହିଳାମାନଙ୍କୁ ଦେବୀ ବୋଲି ବିବେଚିତ କରାଯାଇଥାଏ। ନାରୀ ହେଉଛନ୍ତି ଶକ୍ତିଙ୍କ ଦ୍ୱିତୀୟ ରୂପ, ଯାହାର ପ୍ରମାଣ ଆମେ ଇତିହାସ କାଳରୁ ଦେଖି ଆସୁଛେ। ଆମ ଦେଶର ଅନେକ ମହିଳା ଦେଶ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଛନ୍ତି। ଯାହାଙ୍କ ବୀରତ୍ୱ ଆଜି ମଧ୍ୟ ଆମ ପାଇଁ ଆଦର୍ଶ ହୋଇ ରହିଛି। ଆମ ଦେଶରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହି ଦିନକୁ ସାରା ଦେଶ ଏକ ପର୍ବ ଭାବେ ପାଳନ କରିଥାଏ। ଏଥିସହିତ ମହିଳାମାନଙ୍କ ବିଭିନ୍ନ କାର୍ଯ୍ୟ ଏବଂ ତ୍ୟାଗକୁ ମଧ୍ୟ ସ୍ମରଣ କରାଯାଇଥାଏ। ମହିଳାମାନେ ପ୍ରମାଣ କରି ଦେଇଛନ୍ତି ଯେ, ଆମ ସଂସ୍କୃତିରେ ପୁରୁଷମାନଙ୍କ ଅପେକ୍ଷା ବହୁଗୁଣ ଅଧିକ ଭୂମିକା ନାରୀମାନଙ୍କର ରହିଥାଏ। ଭାରତୀୟ ଗ୍ରନ୍ଥମାନଙ୍କରେ ମଧ୍ୟ ମହିଳାମାନଙ୍କୁ ସମ୍ମାନ ଜଣାଇ ତାଙ୍କର ଗୁଣଗାନ କରାଯାଇଛି। ଯେଉଁଭଳି ଶରୀର ପାଇଁ ଆତ୍ମାର ଆବଶ୍ୟକତା ରହିଛି ଠିକ୍‍ ସେହିଭଳି ସମାଜ ପାଇଁ ନାରୀଙ୍କର ନିହାତି ଆବଶ୍ୟକତା ରହିଛି।
ସଂସ୍କୃତରେ ଏକ ଉକ୍ତି ଅଛି, “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ, ରମ୍ୟନ୍ତେ ତତ୍ର ଦେବତା”। ଅର୍ଥାତ୍‍ ଯେଉଁଠି ନାରୀମାନଙ୍କ ପୂଜା କରାଯାଏ, ତାଙ୍କୁ ସମ୍ମାନ ଦିଆଯାଇଥାଏ, ସେଠାରେ ଈଶ୍ୱର ବାସ କରିଥାଆନ୍ତି। ଭାରତୀୟ ସଭ୍ୟତା ଅନୁସାରେ ଯେହେତୁ ନାରୀ ଶକ୍ତିଙ୍କ ରୂପ, ତେଣୁ ଯଦି ସେହି ନାରୀଙ୍କୁ ଆମେ ସମ୍ମାନ ନଦେବା ତେବେ ଈଶ୍ୱର ସେଠାରେ କିପରି ବାସ କରିବେ।
ମହିଳାମାନଙ୍କୁ ସମ୍ମାନ ଜଣାଇ ଆମେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛନ୍ତି ସତ, କିନ୍ତୁ ସେମାନଙ୍କୁ ପ୍ରକୃତ ସମ୍ମାନ ସେହିଦିନ ମିଳିବ ଯେଉଁଦିନ ଆମେ ହୃଦୟରୁ ସମ୍ମାନ ଜଣାଇ ତାଙ୍କ ଗୁଣ ଓ ପ୍ରତିଭାକୁ ସର୍ବ ସମ୍ମୁଖକୁ ଆଣିବା। ଆମକୁ ସମାଜରେ ଥିବା କୁସଂସ୍କାର ବା କୁରୀତିନୀତିକୁ ଶେଷ କରିବାକୁ ପଡ଼ିବ। ତେବେ ଯାଇ ସମାଜରେ ନାରୀ ଶକ୍ତିର ମାନ ବଢିବ।

ଆଲୋଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply