ଦୁଶ୍ଚିନ୍ତା ଦୂର କରେ ଏହି ଚା’

ଅଧିକାଂଶ ଲୋକଙ୍କୁ ଚା’ ପିଇବା ପସନ୍ଦ। କିଛି ଲୋକଙ୍କ ସକାଳର ଆରମ୍ଭ ଚା’ରୁ ହିଁ ହୋଇଥାଏ। ସେଭଳି ଥଣ୍ଡାରୁ ରକ୍ଷା ପାଇବା ପାଇଁ ମଧ୍ୟ ଚା’ର ସେବନ କରାଯାଏ। ବିଭିନ୍ନ ପ୍ରକାର ଚା’ ରହିଛି। ନିଜର ରୁଚି ଅନୁଯାୟୀ ସଭିଏଁ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏଭଳି କିଛି ଚା’ ବିଷୟରେ ଜାଣିଛନ୍ତି କି, ଯାହାର ସେବନ ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ଅଶାନ୍ତ ମନକୁ ଶାନ୍ତି ମିଳିଥାଏ।
ସକାଳେ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏଁ ହେଉଥିବା ଚିନ୍ତା ତଥା ବ୍ୟସ୍ତତାରୁ ମୁକ୍ତି ପାଇବା ପାଇଁ କିଛି ହର୍ବଲ ଚା’ର ସେବନ କରନ୍ତୁ।
କେମୋମାଇଲ ଟି – ଏହା ଏକ ପ୍ରକାର ଜଡି ବୁଟୀ। ଯାହା ଶିରାପ୍ରଶିରାକୁ ଆରାମ ଦେଇଥାଏ। ବିଶେଷ କରି ରାତିରେ ଖାଦ୍ୟ ଖାଇବା ପରେ ଏହାକୁ ପିଇପାରିବେ।
ଯେକୌଣସି ବ୍ୟସ୍ତତା ଓ ମାନସିକ ଦୁଶ୍ଚିନ୍ତାକୁ ଦୂର ପାଇଁ ଅଧିକାଂଶ ଲୋକଙ୍କ ଲେମନ ଟି ବେଶ ପସନ୍ଦ।
ଅଶ୍ୱଗନ୍ଧା ଚା’ – ଏହା ମଧ୍ୟ ଏକ ପ୍ରକାର ଜଡି ବୁଟୀ। ଏହାର ଚା’ ପ୍ରସ୍ତୁତ କରି ପିଇବା ଦ୍ୱାରା ସମଗ୍ର ଶରୀରର ସନ୍ତୁଳନ ସଠିକ ରହିବା ସହ ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ।
ତୁଳସୀ ଚା’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏହା ଶରୀରର ଅନେକ ସମସ୍ୟା ସହ ବ୍ୟସ୍ତତା ଦୂର କରିଥାଏ।

Comments are closed.