ଏକ କୋଟିରୁ ଅଧିକ କିଶୋରଙ୍କୁ ଦିଆଗଲାଣି ଉଭୟ ପାନ ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ଅଭିଯାନ ୩୯୧ ଦିନରେ ପହଞ୍ଚିଛି । ଟିକାକରଣ କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ କିର୍ତ୍ତିମାନ ସ୍ଥାପନ କରୁଛି । ଇତି ମଧ୍ୟରେ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ୫ କୋଟିରୁ ଅଧିକ ପାନ ଟିକା ଦିଆଗଲାଣି। ସେମାନଙ୍କ ମଧ୍ୟରୁ ଏକ କୋଟିରୁ ଅଧିକ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଉଭୟ ପାନ ଟିକା ଦିଆଗଲାଣି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା  ଅନୁଯାୟୀ ଏପର୍ଯ୍ୟନ୍ତ ୧୭୧ କୋଟି ୨୪ ଲକ୍ଷ ୫୫ ହଜାରରୁ ଅଧିକ ପାନ ଟିକା ଦିଆଗଲାଣି ।

୯୫ କୋଟି ୪୮ ଲକ୍ଷ ୪୯ ହଜାରରୁ ଅଧିକ ପ୍ରଥମ ପାନ ଓ ୭୪ କୋଟି ୨୨ ଲକ୍ଷ ୭୭ ହଜାରରୁ ଅଧିକ ଦ୍ବିତୀୟ ପାନ ଏବଂ ଏକ କୋଟି ୫୩ ଲକ୍ଷ ୨୯ ହଜାରରୁ ଅଧିକ ପ୍ରତିଷେଧାତ୍ମକ ପାନ ଟିକା ଦିଆଯାଇଛି।

ରାଜ୍ୟରେ ଏହି ସମୟ ମଧ୍ୟରେ  ମୋଟ ୫ କୋଟି ୮୬ ଲକ୍ଷ ୭୨ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି।

Comments are closed.