ବିଞ୍ଜାରପୁର ମେଡ଼ିକାଲରେ ଜଣେ କରୋନା ପଜିଟିଭ ଚିହ୍ନଟ

ଯାଜପୁର : ଯାଜପୁର ଜିଲା ବିଞ୍ଜାରପୁର ସରକାରୀ ଡାକ୍ତରଖାନାରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ କରୋନା ପଜେଟିଭି ଭାବେ ଚିହ୍ନଟ ହୋଇଛନ୍ତି । ଏହି ଖବର ପ୍ରଚାର ହୋଇ ଯିବା ପରେ ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେହିପରି ସଂପୃକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଥିବାର ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଞ୍ଜାରପୁର ଡାକ୍ତରଖାନା ପରିସରକୁ ସାନିଟାଇଜ୍ କରାଯାଇଛି ।

Comments are closed.