କାଶ୍ମୀର ଗାନ୍ଦରବଲରେ ଜଣେ ଆତଙ୍କବାଦୀ ନିପାତ

ଜାମ୍ମୁ: ମଙ୍ଗଳବାର ସକାଳେ ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମଧ୍ୟ-କାଶ୍ମୀରର ଗାନ୍ଦରବଲ ଜିଲାରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରିଥିଲେ। ଏହା ପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆତ୍ମସମର୍ପଣ କରିବା ପାଇଁ ସୁରକ୍ଷାକର୍ମୀମାନେ କହିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଆତଙ୍କବାଦୀମାନେ ଗୁଳି ଚାଳନା ଜାରି ରଖିଥିଲେ। ସୁରକ୍ଷାକର୍ମୀମାନେ ଏହାର କଡା ଜବାବ ଦେଇଥିଲେ ।

ନ୍ୟଜୁ ଏଜେନ୍ସ ଏଏନଆଇର ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ ହୋଇଛି । ସେନା, ସିଆରପିଏଫ୍ ଏବଂ ଏସଓଜି ଯବାନଙ୍କ ମିଳିତ ଟିମ୍ ସ୍ଥାନୀୟ ଅଞ୍ଚଳକୁ ଘେରି ରହି ଅପରେସନକୁ ଜୋରଦାର କରିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ-କାଶ୍ମୀରର ଗାନ୍ଦରବଲ ଜିଲାରେ ଶନିବାର ସକାଳେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ ।

Comments are closed.