୨୦ଲିଟର ଦେଶୀମଦ ଜବତ, ଜଣେ ଗିରଫ

ରାମନାଗୁଡା: ଦେଶୀମଦ ଚୋରାଚାଲାଣ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଫାଣ୍ଡି ପୁଲିସ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ମୁକୁନ୍ଦପୁର ନିକଟସ୍ଥ ଜାଗାଡାପଦର ଗ୍ରାମର ପ୍ରତାପ ଚନ୍ଦ୍ର ଲାବଲା। ଏକ ହିରୋ ବାଇକ ଯୋଗେ ମୁକୁନ୍ଦପୁରୁ ଠାରୁ ଗୁମୁଡା ଦେଶୀମଦ ବିକ୍ରି ପାଇଁ ନେଉଥିବା ସମୟରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପାରଳା ଗ୍ରାମ ନିକଟରେ ଅଟକାଇଥିଲେ। ପୁଲିସ ସନ୍ଦେହ ସୃଷ୍ଟି ହେବାରୁ ବ୍ୟାଗ ଖାନତଲାସି ସମୟରେ ୨୦ଲିଟର ଦେଶୀମଦ ରହିଥିବା ଦେଖିବାକୁ ପାଇଥିଲେ। ତେବେ ପୁଲିସ ୨୦ଲିଟର ଦେଶୀମଦ ସହ ବାଇକ ପୁଲିସ ଜବତ କରିଛି। ଏନେଇ ରାମନାଗୁଡା ପୁଲିସ ୩୮/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Comments are closed.