MEllora 950×100

୬ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର, ଦୁଷ୍କର୍ମକାରୀ ବୃଦ୍ଧ ଗିରଫ

ଆଠଗଡ : ଏକ ଅଭାବନୀୟ ଘଟଣାକ୍ରମରେ ମାମୁଁ ଘରେ ରହି ୩ୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୬ବର୍ଷର ନାବାଳିକା ୬୫ବର୍ଷ ବୟସ୍କ ଜଣେ ବୃଦ୍ଧଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି। ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ଅଧିନ ମୁକ୍ତାଦେଇପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ତାଙ୍କ ମାମୁଁଘରେ କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ସେକ୍‌ ଅବଦୁଲ୍‌ ସିଦ୍ଧିକି ଉକ୍ତ ନାବାଳିକାକୁ ଚକୋଲେଟ୍‌ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡିଛି । ପରିବାର ସଦସ୍ୟ ଘରକୁ ଆସିବା ପରେ ଘଟଣା ସଂପର୍କରେ ଝିଅଟି ସବୁକଥା କହିବା ପରେ ଗୁରୁବାର ନାବାଳିକାର ଅଜା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଘଟଣାର ତଦନ୍ତ କରି ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଆଠଗଡ ଥାନା ମାମଲା ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୪ପକ୍‌ସୋ ଆଇନ୍‌ ସମେତ ଧାରା ୩୨୬ ଓ ୫୦୬ ମାମଲା ରୁଜୁ ହୋଇଥିବା ଆଇଆଇସି ବାମଦେବ ସ୍ୱାଇଁଙ୍କ ସୁତ୍ରରୁ ପ୍ରକାଶ। ଆଠଗଡ ଥାନାରେ କେହି ମହିଳା ପୁଲିସ ଅଧିକାରୀ ବା କର୍ମଚାରୀ ନଥିବାରୁ ନାବାଳିକାର ବୟାନ ରେକର୍ଡ ପାଇଁ ଆଠଗଡ ପୁଲିସ ତାକୁ ଖୁଣ୍ଟୁଣୀ ଥାନାରେ ମହିଳା ଅଧିକାରୀଙ୍କ ଦ୍ୱାରା ବୟାନ ରେକର୍ଡ କରାଇଥିବା ଜଣାପଡିଛି। ନିୟମାନୁଯାୟୀ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

Comments are closed.