ମାଧବୀ ଲତା ଚେର ବୋଝେଇ ଗାଡି ଜବତ, ଜଣେ ଗିରଫ

ବୁଗୁଡ଼ା : ସ୍ଥାନୀୟ ବନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ବାଲିପଦର କଲେଜ ନିକଟସ୍ଥ କଳମ୍ବ ଛକଠାରେ ମାଧବୀ ଲତା ଚେର ବୋଝେଇ ଏକ ଟାଟା ୪୦୭ ଗାଡିକୁ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣକ ବ୍ରହ୍ମପୁର ଗଣେଶ ନଗରର ଶିଶିର ପ୍ରଧାନ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ ୩ଟା ସମୟରେ ୬ କ୍ବିଣ୍ଟାଲ ମାଧବୀ ଲତା ଚେର ବୋଝେଇ କରି ଏକ ଗାଡ଼ି ବ୍ରହ୍ମପୁରକୁ ଯାଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡ଼ା ବନ ବିଭାଗ ପକ୍ଷରୁ କଳମ୍ବ ଛକଠାରେ ଚଢାଉ କରାଯାଇ ଗାଡିକୁ ଜବତ କରିବା ସହ ଚାଳକକୁ ଗିରଫ କରାଯାଇଛି।  ଏନେଇ ବନ ବିଭାଗ ପକ୍ଷରୁ କେସ୍ ନଂ ୪୧୩/୨୦-୨୧ରେ ଏକ ମାମଲା ରୁଜୁ କରାଯାଇ ବୁଧବାର ଦିନ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢଉ କାର୍ଯ୍ୟରେ ବୁଗୁଡ଼ା ବନପାଳ ଅଭିରାମ ଖିଲ ଓ ବାଲିପଦର ବନପାଳ ସୁନିତା ପାତ୍ର, ବନରକ୍ଷୀ ରିଙ୍କୁ ସେଠୀ, ପ୍ରଶାନ୍ତ କୁମାର ପୋଲାଇ ଓ କ୍ଷୀରୋଦ କୁମାର ଗୌଡ ପ୍ରମୁଖ ସାମିଲ ଥିଲେ ।

Comments are closed.