ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା ; ଜଣେ ଗିରଫ

0

ପୁରୀ : ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସର ସମସ୍ତ ବଗିରେ ନିଆଁ ଲାଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ରବିବାର ଜିଆରପି ପୁଲିସ ତାକୁ ଗିରଫ କରିଛି । ଗିରଫ ପରେ ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାଯେଗ୍ୟ, ମାର୍ଚ୍ଚ ୨୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ପୁରୀ-ହାଟିଆ ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯାଇଥିଲା । ଟ୍ରେନର ୨,୩,୪ ଓ ୫ ନମ୍ବର ସ୍ଲିପର କୋଚକୁ ନିଆଁ ବ୍ୟାପିବା ସହ ଚାହୁଁଚାହୁଁ ଅନ୍ୟାନ୍ୟ ସମସ୍ତ ବଗିରେ ନିଆଁ ଲାଗି ସଂପୂର୍ଣ୍ଣ ଜଳି ଯାଇଥିଲା । ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ ଅଗ୍ନିକାଣ୍ଡରେ କେହି ମୃତହାତ ହୋଇନଥିବା ଜଣାପଡିଥିଲା ।

Leave A Reply