ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ 

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ସlନବlଡ ଗ୍ରାମରେ ଗତବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା` ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୁଲିସ ଆଗରୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅଭିଯୁକ୍ତ କୁନୁ ମହାନ୍ତି ଘଟଣା ଘଟିବା ଦିନଠାରୁ ଫେରାର ଥିଲା। ଗତକାଲି ରାତିରେ ସେ ଘରକୁ ଆସିଥିବାର ପୁଲିସ ଖବର ପାଇ ତା ଘର ଉପରେ ଚଢ଼ାଉ କରି ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି।

Comments are closed.