ଗଛରେ ବାନ୍ଧି ନିର୍ଧୁମ ପିଟିବା ଘଟଣାରେ ଜଣେ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କାଇପଦରରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା ଆଜି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଇପଦର ଗାଁର ଏହି ଦୁଇ ଜଣ ଯୁବକଙ୍କ ନିକଟସ୍ଥ ବଙ୍ଗିଦା ଗାଁର ଜଣେ ଯୁବକଙ୍କୁ ଉଠାଇ ଆଣି ଗଛରେ ବାନ୍ଧି ନିର୍ଧୂମ ମାଡ ମାରିଥିଲେ। ସେ ଜୀବନ ବିକଳରେ ପାଣି ମାଗୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ମୁହଁରେ ପରିସ୍ରା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାଟି ଚଳିତ ମାସ ୧୮ ତାରିଖରେ ଘଟିଥିବା ବେଳେ ଆଜି ଭିଡିଓ ଭାଇରାଲ ହେବା ପରେ ଏବିଷୟରେ ଜଣାପଡିଥିଲା।

Comments are closed.