କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର, ଯୁବକ ଗିରଫ

ଯାଜପୁର: କରୋନା ଭୂତାଣୁ ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲା ଧର୍ମଶାଳା ପୋଲିସ ଗୁରୁବାର ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ବରୀ ଥାନା ଶେରପୁର ଗ୍ରାମର ସମୀର ରାଉତ। ବୁଧବାର ରାତିରେ ସମୀର ନିଜ ଫେସବୁକରେ କରୋନା ସମ୍ପର୍କରେ ଏକ ଗୁଜବ ଖବର ପୋଷ୍ଟ କରିଥିଲା। ଏହା ଜାଣିପାରି ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ସନ୍ଧ୍ୟାରେ ପୋଲିସ ତାକୁ ଗିରଫ କରିଥିବା ଏସ୍‌ପି ଟ୍ବିଟ ଯୋଗେ ଜଣାଇଛନ୍ତି ।

Comments are closed.