ଆସ୍କାଫଟି ବିକ୍ରି କରି ଜଣେ ଗିରଫ

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ କୋଟପଲ୍ଲା ଗ୍ରାମର ପୀତବାସ ନାୟକଙ୍କୁ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ବଜାର ନିକଟରେ ଏକ ବ୍ୟାଗରେ ଆସ୍କାଫଟି ମଦ ରଖି ବିକ୍ରି କରୁଥିବାବେଳେ ପୁଲିସ ଖବର ପାଇ ଅତର୍କିତ ଭାବେ ସେଠାରେ ଚଢ଼ାଉ କରିଥିଲା। ତା ନିକଟରୁ ୨୬ଟି ଆସ୍କାଫର୍ଟି ଜବତ କରିଥିବାବେଳେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।