ଜଙ୍ଗଲରେ ଦେଶୀମଦ ରନ୍ଧା ଚାଲିଥିବା ବେଳେ ଚଢଉ, ୧ ଗିରଫ

ତୁଷୁରା : ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ଏହାର ସୁଯୋଗ ନେଇ ମଦ ମାଫିଆମାନେ ସକ୍ରିୟ ହୋଇ ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ତିଆରି କରୁଛନ୍ତି। ପୁଣି ସେହି ମଦରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ସୋଲେସନ ପଟାସ ସାର ଶତାବରୀ ନିଶା ବଟିକା ଆଦି ପ୍ରଯୋଗ କରି ତିଆରି କରୁତିବା ଅଭିଯୋଗ ହୋଉଛି।। ଆଜି ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନେତୃତ୍ୱରେ ଥାଲବନ୍ଧ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ଲିଟର ଦେଶୀ ରନ୍ଧା ମଦ ସହ ବିଭିନ୍ନ ପ୍ରକାର ମଦ ତିଆରି ସାମଗ୍ରୀ ଜବତ ହୋଇଛି। ଚୋରା ବିଷାକ୍ତ ମଦ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ lହଲେ କାର୍ତିକ ବାରିକ(୪୫)।

Comments are closed.