ପଥର ଖାଦାନରୁ ୩ କମ୍ପ୍ରେସର ସହିତ ୯ ଟ୍ରାକ୍ଟର ଜବତ: ଜଣେ ଗିରଫ

ଗଡ଼ମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବାଘୁଆ ମୌଳାଭଞ୍ଜ ୨ନଂ ଖଦାନରେ ବେଆଇନ କଳାପଥର ଖନନ କରୁଥିବା ଅଭିଯୋଗରେ ୩ଟି କମ୍ପ୍ରେସର ମେସିନ ସହିତ ୬ଟି ଟ୍ରାକ୍ଟର ଜବତ ହୋଇଛି। ଏଥିସହିତ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି। କିଛିଦିନ ଧରି ଏହି ଖାଦାନରୁ ବେଆଇନ ଭାବରେ ପଥର ଚାଲାଣ ହୋଇଆସୁଛି। ଏହା ଜାଣିବା ପରେ ଜେନାପୁର ଥାନାଧିକାରୀ ଆଶିସ କୁମାର ସାହୁ ଆଜି ଅଚାନକ ଚଢାଉ କରିବା ଫଳରେ ଶ୍ୟାମସୁନ୍ଦରପୁର ମୌଜାର ବାଘୁଆ ୨ନଂ ମୌଳାଭଞ୍ଜ କ୍ୟୁରୀରୁ ପଥର ପରିବହନ କରାଯାଉଥିବା ଦେଖି ଗାଡିଗୁଡିକୁ ଜବତ କରିବା ସହିତ ପଥର ଫୁଟାଇବାକୁ ଗାଡ କରୁଥିବା କମ୍ପ୍ରେସର ମେସିନକୁ ଜବତ କରିଛି। ଏଥିସହିତ ପଥର ଚୋରି ଅଭିଯୋଗରେ ଗୋଡିପାଟିଆ ଗ୍ରାମର ଅଜୟ ରାଉତକୁ ପୁଲିସ ଗିରଫ କରିଛି। ଜେନାପୁର ଥାନା କେସନଂ ୩୬୧/୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁରହିଥିବା ଥାନାଧିକାରୀ ଜଣାଇଛନ୍ତି।

Comments are closed.