ଛେଳି ଚୋରି ଘଟଣାରେ ଆଉ ଜଣେ ଗିରଫ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଓ ଏହାର ଆଖପାଖ ଗ୍ରାମରେ ରାତିରେ ଗୁହାଳରେ ପଶି ଖାସି, ଛେଳି ଓ ମେଣ୍ଢା ଆଦି ଚୋରି ଘଟଣାରେ ଗତକାଲି ତୁରୁମୁଙ୍ଗା ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ଆଉ ଜଣଙ୍କୁ ଥାନାକୁ ନେଇଛି। ଗତମାସ କାଶିପୁର ଗ୍ରାମର ଚନ୍ଦ୍ରକାନ୍ତ ନାଏକଙ୍କ ଘରୁ ୨ ଟି ମେଣ୍ଢା ଚୋରୀ ମାମଲାରେ ମୋଟ ୪ ଜଣକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ କେନ୍ଦେଇପଶି ଗ୍ରାମର ଜଗବନ୍ଧୁ ନାଏକ(୩୦), ସରୋଜ କୁମାର ନାଏକ(୨୫) ଏବଂ ଶୁକଦେବ ନାଏକଙ୍କ (୨୫)ସହ ଡେଣୁଆ ଗ୍ରାମର ପରମା ଦାସ(୫୫)ଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Comments are closed.