ଜୁନିଅର ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍‍, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର ବଂଶୀଧର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଂଶୀଧରଙ୍କ ଘରେ ରେଡ୍‍ କରୁଛି ଭିଜିଲାନ୍ସ ଟିମ୍‍ । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ନିୟୋଜିତ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।

ବଂଶୀଧରଙ୍କ ବ୍ରହ୍ମପୁର ଶକ୍ତିନଗରର ଦ୍ୱିତୀୟ ଲେନରେ ଥିବା ତିନି ମହଲା କୋଠାରେ ଚାଲିଛି ଚଢ଼ାଉ । ଏଥି ସହ ଲୋଛାପଡ଼ାରେ ସମ୍ପର୍କୀୟଙ୍କ ଘର, ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ୟ୍ୟାଳୟରେ ରେଡ୍ ଚାଲିଛି । ବର୍ତ୍ତମାନ ସୁଦ୍ଧା ବହିର୍ଭୂତ ସମ୍ପତ୍ତିର ପରିମାଣ ଜଣା ପଡ଼ିନାହିଁ ।

Comments are closed.