ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି ନେଇ ନାହାନ୍ତି ଟିକାର ପ୍ରଥମ ପାନ

ଭୁବନେଶ୍ୱର : ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି କରୋନା ଟିକାର ପ୍ରଥମ ପାନ ନେଇ ନାହାନ୍ତି। ମୟୁରଭଞ୍ଜ, କନ୍ଧମାଳ, କଟକରେ ପ୍ରଥମ ପାନ ଟିକାକରଣ ହାର କମ। ଏନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୮୭ % ପ୍ରଥମ ପାନ ନେଇ ସାରିଛନ୍ତି। ଆଉ ବଳକା ୧୩ % ଶୀଘ୍ର ଟିକା ନିଅନ୍ତୁ। ଯାହାଦ୍ୱାରା ଡିସେମ୍ବର ସୁଦ୍ଧା ପ୍ରଥମ ପାନ ଲକ୍ଷ୍ୟ ଶେଷ ହେବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୟାବହତା ବୃଦ୍ଧି ପାଉଥିବାରୁ ସଜାଗ ରହିବାକୁ ପଡିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.