ଚୋରା ଚାଲାଣ ବେଳେ ଶାଗୁଆନ କାଠ ଜବତ ; ବାଇକ ସହ ୨ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅଧିନସ୍ଥ ଅଡ଼ବା ନିକଟରେ ବନ ବିଭାଗ ଚଢ଼ାଉ କରି ଏକ ମିନି ଟ୍ରକରୁ ୩୬ ଖଣ୍ଡ ଶାଗୁଆନ କାଠ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ କାଠ ମାଫିଆଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ କରିଛି ବନ ବିଭାଗ । ଅଭିଯୁକ୍ତ ଦୁହେଁ ହେଲେ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୁଡିକିଆ ଗାଁର ସୁବଳ ରଣସିଂ(୨୬) ଓ ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା କେନାଳଗଡ଼ ଗାଁର ତିମି ଗମାଙ୍ଗ (୬୨)।
ଅଭିଯୁକ୍ତ ଦୁହେଁ ଅଡ଼ବା ଥାନା ପାଣିଗଣ୍ଡା ଅଞ୍ଚଳରୁ ମିନି ଟ୍ରକ ଯୋଗେ ୬୫ ଘନଫୁଟ ବିଶିଷ୍ଟ , ୩୬ ଖଣ୍ଡ ଶାଗୁଆନ କାଠ ନେଇ ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ଅଭିମୁଖେ ଚାଲାଣ କରୁଥିବା ବେଳେ ଖବର ପାଇ ଅଡବା, ମୋହନା ବନ ବିଭାଗ ଓ ଡିଭିଜନ ସ୍କ୍ବାର୍ଡ ଟିମ ଚଢ଼ାଉ କରି ସମସ୍ତ କାଠ ଜବତ କରିଛି ।
ରାସ୍ତା ଦେଖାଇ ମିନିଟ୍ରକ ଆଗରେ ଯାଉଥିବା ଏକ ବାଇକକୁ ମଧ୍ୟ ବନ ବିଭାଗ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି।

Comments are closed.