ସମ୍ବଲପୁର ଜମନକିରା ଲ୍ୟାମ୍ପସ ଏମ.ଡିଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଶୁକ୍ରବାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜମନକିରା ଲ୍ୟାମ୍ପସ ଏମ.ଡି ଫଣୀନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଫଣୀନ୍ଦ୍ର ସାହୁଙ୍କ ଧନୁପାଲିସ୍ଥିତ ଘର ସହ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି। ଜମନକିରାର ପୈତୃକ ଘର, ସମବାୟ ଲ୍ୟାମ୍ପ, ସମ୍ବଲପୁର ସ୍ଥିତ ଭଡା ଘର ସହ ଶ୍ୱଶୁର ଘରେ , କାର୍ଯ୍ୟାଳୟରେ ଚଢାଉ କରାଯାଉଛି। ଏହି ଚଢାଉରେ ୩ ଡିଏସପି,୪ ଇନ୍ସିପେକ୍ଟର, ୪ ଏଏସଆଇ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି। ସମ୍ବଲପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗ ସମ୍ବଲପୁର ସ୍ଥିତ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଚଢାଉ କରାଯାଇଛି।
ଚଢାଉ ସମୟରେ ୨,୩୬,୮୭୦ ନଗଦ ଟଙ୍କା, ୨ଟିପ୍ଲଟ, ୪ଟି ଚାରିଚକିଆ, ଗୋଟିଏ ୨ ଚକିଆ ଜବତ ହେବା ସହ ଏବେ ମଧ୍ୟ ଚଢାଉ ଜାରି ରହିଛି।

Comments are closed.