ଭୁବନେଶ୍ୱରରେ ପହଞ୍ଚିଲା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ; ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପାର୍ଥିବ ଶରୀର ଅଣାଯାଇଛି । ବିମାନବନ୍ଦରରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ପୁଲିସ ଡିଜି ଅଭୟ ଶହୀଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହାସହ ବିମାନବନ୍ଦରରେ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିମାନବନ୍ଦରରେ ରାଣାପ୍ରତାପଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ବିମାନବନ୍ଦରରୁ ପାର୍ଥିବ ଶରୀର ରାଣାପ୍ରତାପଙ୍କ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ଅନ୍ତିମ ସଂସ୍କାର କରାଯିବ । ବାୟୁସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଏହି ଦୁର୍ଘଟଣାରେ ସିଡିଏସ ବିିପିନ ରାୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି ।
ଶହୀଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Comments are closed.