ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ପ୍ରତିଭା

ଗୁଣୁପୁର : ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଚମ୍ପିଆନସିପ୍ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ଆଦିବାସୀ କ୍ରିଡା ପ୍ରତିଭା । ରାୟଗଡା ଜିଲ୍ଲା ଗୁଣୁପୁରର କ୍ରୀଡା ପ୍ରତିଭା ଉତମ ପ୍ରଦର୍ଶନ କରି ଛଅଟି ଗ୍ରୁପ୍ ମଧ୍ୟରୁ ତୃତୀୟ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ମୁନା ଶବର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ହାଡିଆ ଶବର ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ରାୟଗଡାଜିଲ୍ଲାର ଟିକିରି ଠାରେ ରୋସନ କ୍ଲାସିକ୍ ପକ୍ଷରୁ କରାଯାଇଥିଲା। ଏଥିରେ ୧୫୦ ଜଣ ବଡିବିଲ୍ଡର କୁ ନେଇ ଛଅ ଟି ଗ୍ରୁପ୍ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ରେ ସାମିଲ୍ ହୋଇଥିଲେ। ଗୁଣୁପୁର ର ଏହି ଦୁଇ ପ୍ରତିଯୋଗୀ ମହାବିର ଜିମ୍ କେନ୍ଦ୍ରରୁ ଯାଇଥିଲେ। ବର୍ତ୍ତମାନ ଏହି ସଫଳତା ପରେ ଜାତୀୟ ସ୍ତରରେ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Comments are closed.