ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି : ଗଜପତି ମହାରାଜାଙ୍କ ଦ୍ୱାରା ହେଉଛି ଛେରା ପହଁରା ନୀତି

ପୁରୀ : ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଆରମ୍ଭ ହୋଇଛି ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା। ଗୋଟିଏ ପରେ ଗୋଟିଏ ରଥରେ ରାଜା ବେଶରେ ଗଜପତି ଛେରା ପହଁରା କରୁଛନ୍ତି। ଏହାସହ ରଥ ଉପରେ ସେବାୟତଙ୍କ ଅତ୍ୟଧିକ ଭିଡ ପରିଲକ୍ଷିତ ହୋଇଛି। । ଗଜପତି ମହାରାଜଙ୍କ ଛେରା ପହଁରା ଦେଖିବାକୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଗହଳି ଭିତରେ ଗଜପତି ଲୁଚି ଯାଇଛନ୍ତି।


 

Comments are closed.